ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4 : 1 (ORV)
ଆତ୍ମା ସ୍ପଷ୍ଟ ରୂପେ କହୁଅଛନ୍ତି, ଉତ୍ତର କାଳରେ କେହି କେହି ଭ୍ରଷ୍ଟବିବେକ, ମିଥ୍ୟାବାଦୀ ଲୋକମାନଙ୍କ। କପଟପଣରେ
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4 : 2 (ORV)
ଭ୍ରାନ୍ତିଜନକ ଆତ୍ମାମାନଙ୍କ ପ୍ରତି ଓ ଭୂତମାନଙ୍କ ଶିକ୍ଷା ପ୍ରତି ମନୋଯୋଗ କରି ବିଶ୍ଵାସ ପରିତ୍ୟାଗ କରିବେ;
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4 : 3 (ORV)
ସେହି ମିଥ୍ୟାବାଦୀମାନେ ବିବାହ ନିଷେଧ କରନ୍ତି, ପୁଣି ବିବିଧ ଖାଦ୍ୟ ପଦାର୍ଥରୁ ପୃଥକ୍ ରହିବା ନିମନ୍ତେ ଶିକ୍ଷା ଦିଅନ୍ତି । ବିଶ୍ଵାସୀ ଓ ସତ୍ୟ ଜାଣିଥିବା ଲୋକମାନଙ୍କ ଦ୍ଵାରା ଧନ୍ୟବାଦ ସହ ଭୋଜନ କରାଯିବା ନିମନ୍ତେ ଈଶ୍ଵର ଏସବୁ ତ ସୃଷ୍ଟି କରିଅଛନ୍ତି ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4 : 4 (ORV)
କାରଣ ଈଶ୍ଵରଙ୍କ ସମସ୍ତ ସୃଷ୍ଟ ବସ୍ତୁ ଉତ୍ତମ, ପୁଣି ଧନ୍ୟବାଦ ସହ ଗ୍ରହଣ କଲେ କୌଣସି ବିଷୟ ଅଗ୍ରାହ୍ୟ ନୁହେଁ,
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4 : 5 (ORV)
ଯେଣୁ ଈଶ୍ଵରଙ୍କ ବାକ୍ୟ ଓ ପ୍ରାର୍ଥନା ଦ୍ଵାରା ତାହା ପବିତ୍ର କରାଯାଏ ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4 : 6 (ORV)
ଏହି ସମସ୍ତ ବିଷୟ ତୁମ୍ଭେ ଭାଇମାନଙ୍କୁ ଶିକ୍ଷା ଦେଲେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ସେବକ ହେବ, ପୁଣି ତୁମ୍ଭେ ଯେଉଁ ବିଶ୍ଵାସ ଓ ଉତ୍ତମ ଶିକ୍ଷାର ଅନୁଗାମୀ ହୋଇ ଆସିଅଛ, ତତ୍ସମ୍ଵନ୍ଧୀୟ ବାକ୍ୟ ଦ୍ଵାରା ପରିପୁଷ୍ଟ ହେବ;
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4 : 7 (ORV)
କିନ୍ତୁ ବୃଦ୍ଧା ସ୍ତ୍ରୀମାନଙ୍କର ଅସାର କାହାଣୀସବୁ ଅଗ୍ରାହ୍ୟ କର । ଈଶ୍ଵରପରାୟଣ ଜୀବନ ଯାପନ କରିବା ନିମନ୍ତେ ଅଭ୍ୟାସ କର,
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4 : 8 (ORV)
କାରଣ ଶାରୀରିକ ବ୍ୟାୟାମ ଅଳ୍ପ ବିଷୟରେ ଲାଭଜନକ, କିନ୍ତୁ ଈଶ୍ଵରପରାୟଣତା ଇହକାଳ ଓ ପରକାଳରେ ପ୍ରତିଜ୍ଞାଯୁକ୍ତ ହୋଇ ସମସ୍ତ ବିଷୟରେ ଲାଭଜନକ ଅଟେ ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4 : 9 (ORV)
ଏହି ବାକ୍ୟ ବିଶ୍ଵାସ୍ୟ ଓ ସର୍ବତୋଭାବେ ଗ୍ରହଣ-ଯୋଗ୍ୟ;
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4 : 10 (ORV)
ଏହି ଉଦ୍ଦେଶ୍ୟରେ ତ ଆମ୍ଭେମାନେ ପରିଶ୍ରମ ଓ ପ୍ରାଣପଣ କରୁଅଛୁ, କାରଣ ଯେଉଁ ଜୀବିତ ଈଶ୍ଵର ସମସ୍ତ ମନୁଷ୍ୟଙ୍କର, ବିଶେଷତଃ, ବିଶ୍ଵାସୀମାନଙ୍କର ତ୍ରାଣକର୍ତ୍ତା, ତାହାଙ୍କଠାରେ ଆମ୍ଭମାନଙ୍କର ଭରସା ଅଛି ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4 : 11 (ORV)
ତୁମ୍ଭେ ଏହି ସମସ୍ତ ବିଷୟ ଆଜ୍ଞା ଦେଇ ଶିକ୍ଷା ଦିଅ ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4 : 12 (ORV)
ତୁମ୍ଭର ଯୌବନାବସ୍ଥା ସକାଶେ କେହି ତୁମ୍ଭକୁ ତୁଚ୍ଛ ନ କରୁ, କିନ୍ତୁ ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ଵାସରେ ଓ ପବିତ୍ରତାରେ ବିଶ୍ଵାସୀମାନଙ୍କର ଆଦର୍ଶ ସ୍ଵରୂପ ହୁଅ ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4 : 13 (ORV)
ମୁଁ ନ ଯିବା ପର୍ଯ୍ୟନ୍ତ ଶାସ୍ତ୍ରପାଠ, ଉପଦେଶ ଓ ଶିକ୍ଷାଦାନରେ ମନୋଯୋଗ କର ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4 : 14 (ORV)
ଭାବବାଣୀ ଓ ପ୍ରାଚୀନମାନଙ୍କର ହସ୍ତାର୍ପଣ ଦ୍ଵାରା ତୁମ୍ଭକୁ ଯେଉଁ ଅନୁଗ୍ରହ ଦାନ ଦତ୍ତ ହୋଇଅଛି, ତାହା ଅବହେଳା ନ କର ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4 : 15 (ORV)
ତୁମ୍ଭର ଉନ୍ନତି ଯେପରି ସମସ୍ତଙ୍କ ନିକଟରେ ପ୍ରକାଶିତ ହୁଏ, ଏଥିନିମନ୍ତେ ଏହି ସମସ୍ତ ବିଷୟରେ ମନୋଯୋଗୀ ହୁଅ, ସେହି ସବୁରେ ପ୍ରବୃତ୍ତ ଥାଅ ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4 : 16 (ORV)
ଆପଣା ବିଷୟରେ ଓ ଆପଣା ଶିକ୍ଷା ବିଷୟରେ ସତର୍କ ହୁଅ, ଏହି ସମସ୍ତ ବିଷୟରେ ଲାଗି ରୁହ, କାରଣ ତାହା କଲେ ତୁମ୍ଭେ ଆପଣା ପରିତ୍ରାଣ ଓ ତୁମ୍ଭର ଶ୍ରୋତାମାନଙ୍କର ପରିତ୍ରାଣ ମଧ୍ୟ ସାଧନ କରିବ ।

1 2 3 4 5 6 7 8 9 10 11 12 13 14 15 16

BG:

Opacity:

Color:


Size:


Font: